ଜୁଲାଇରେ ବି ବସ୍ ଟିକସ ଛାଡ଼

ଭୁବନେଶ୍ୱର, ୧୫/୭: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବସ ଚଳାଚଳ ବନ୍ଦ ରହିଥିଲା। ତେଣୁ ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ନେଇ ଘୋଷଣା ହୋଇଛି। ବସ୍ ଉପରୁ ଟିକସ ଛାଡ଼ ଘୋଷଣା କରିଛି ରାଜ୍ୟ ପରିବହନ ବିଭାଗ । ସେହିପରି ଷ୍ଟେଜ୍/କଣ୍ଟ୍ରା କ୍ୟାରେଜ ଓ ସ୍କୁଲ ବସମାନଙ୍କ ଉପରୁ ମଧ୍ୟ ଟିକସ ଛାଡ଼ ନେଇ ଘୋଷଣା ହୋଇଛି  । ଅନ୍ୟପଟେ ଆଜି ଜାରି କରାଯାଇଥିବା ନୂଆ ଗାଇଡ଼ଲାଇନ ଅନୁସାରେ ଏଣିକି ବସ ଚଳାଚଳ ହେବ।