ଏକ୍ସରେ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୮/୧୨: ଖୁବଶିଘ୍ର ଭାରତରେ ଗଡିବ ବୁଲେଟ ଟ୍ରେନ । ଏହା ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କରିଛନ୍ତି ।  ବୁଲେଟ ଟ୍ରେନ ଷ୍ଟେସନରେ ଭାରତ କଳା ସଂସ୍କୃତି ଓ ପରମ୍ପରାକୁ ସ୍ଥାନ ଦିଆଯାଇଛି । ପ୍ରଥମ ବୁଲେଟ ଟ୍ରେନ ଅହମଦାବାଦରୁ ମୁମ୍ବାଇକ ଚଳାଇବାକୁ ଯୋଜନା ରହିଛି । ଜାପାନର ସହାୟତାରେ ଭାରତ ବୁଲେଟ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିଛି । କେବଳ ଦୁଇଘଂଟା ମଧ୍ୟରେ ଅହମଦାବାଦରୁ ଯାତ୍ରୀ ମୁମ୍ବାଇରେ ପହଁଚିବେ । ପ୍ରତି ଏକ ଘଂଟାରେ ୩୫୦ କିଲୋମିଟ ଦୌଡିବ ଟ୍ରେନ ।