ବହୁ ଚର୍ଚ୍ଚିତ ବୁଲ୍ଲିବାଈ ଆପ୍‌ ମାମଲା, ଓଡିଶାରୁ ଜଣେ ଗିରଫ

ଭୁବନେଶ୍ୱର, ୨୦/୧: ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲାରେ ଆଜି ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଆସାମରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲି ବାଇ ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ଆପ୍‌ ଜରିଆରେ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ଅପ୍‌ଲୋଡ କରି ନିଲାମ କରାଯାଉ ଥିବାରୁ ବିବାଦ ଉପୁଜିଥିଲା ।