ସୁରଟରେ ଭୁଶୁଡିଲା ୬ ମହଲା କୋଠା, ୭ମୃତ

ନୂଆଦିଲ୍ଲୀ,୭/୦୭: ସୁରଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ଭୁଶୁଡିଲା ୬ ମହଲା କୋଠା । ଫଳରେ ଏଲଥିରେ ରହୁଥିବା ୭ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ , ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଏବେବି ଭଗ୍ନ କୋଠା ତଳେ କିଛି ଲୋକ ଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ । ସେହିପରି ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡ ଦେବଘରରେ କୋଠା ଭୁଶୁଡି ପଡିଛି ଫଳରେ ଏହା ଭିତରେ ୧୦ରୁ ଅଧିକ ଲୋକ ଫଶି ରହିଥିବା କୁହାଯାଉଛି । ଏଠାରେ ମଧ୍ୟ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରୁଛି ।