ନୂଆଦିଲ୍ଲୀ,୧୯/୦୪: ଦିଲ୍ଲୀ ମୁସ୍ତାଫାବାଦ ବିଲ୍ଡିଂ ଭୁଷୁଡିବା ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ଏଯାବତ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାଡପଡିଛି । ଏହି ବିଲ୍ଡିଂ ଟି ୨୦ବର୍ଷ ପୂରଣା ହୋଇଥିବା ବେଳେ ଭଡାରେ ଲାଗିଥିଲା । ତେବେ ଘର ମାଲିକ ମଧ୍ୟ ମୃତବରଣ କରିଛନ୍ତି ।ଏହାସହିତ ଅନେକ ଏବେବି ଫସିରହିଥିବା ସୂଚନା ମିଳିଛି । ରାତି ପ୍ରାୟ ୩ଟା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ବିଲ୍ଡିଂ। ତୁରନ୍ତ ଏନଡିଆରଏଫ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏବେବି ଲୋକଙ୍କୁ ଉଦ୍ଧାର କରାଯାଉଛି । ମୃତକଙ୍କ ସଂଖ୍ୟା ବଢ଼ିବା ଏବେବି ମଧ୍ୟ ଆଶଙ୍କା କରାଯାଉଛି ।