ଏଠାରେ ନୂଆବର୍ଷରୁ ଭିକାରୀଙ୍କୁ ଭିକ ଦେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬/୧୨: ନୂଆବର୍ଷରୁ ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ନିଜଆଡ଼ୁ ମାମଲା ରୁଜୁ କରିବ ପ୍ରଶାସନ। ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହେବ  । ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରୀମୁକ୍ତ କରିବା ପାଇଁ ୨୦୨୫, ଜାନୁଆରୀ ପହିଲାରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲା ପ୍ରଶାସନ । ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦ୍ଦେଶ ଜାରି କରିଛି । ସହରରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ ।  କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ୧୦ଟି ସହରକୁ ଭିକାରୀମୁକ୍ତ କରିବା ପାଇଁ ଏକ-ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି, ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ ଅଛି।