ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୨୩/୩: ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ । ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି କଂଗ୍ରେସ ଦାବି କଲା । କଂଗ୍ରେସ ସହ ବିରୋଧୀ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନଥିବା କହିଥିଲା ବିଜେଡି । ଅନ୍ୟପଟେ ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ ବିଜେଡି କହିଛି କଂଗ୍ରେସ-ବିଜେପି ଭାଇ ଭାଇ, ଗୃହକୁ ଚଳାଇ ଦେଲେ ନାହିଁ ।