ବଜେଟ ୨୦୨୪, ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ

ନୂଆଦିଲ୍ଲୀ,୧/୦୨: ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି ।  ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି, ପିଏମ୍ ଆବାସ ଯୋଜନା – ୮୦,୬୭୧ କୋଟି,
ଜଳଜୀବନ ମିଶନ – ୭୦,୧୬୩ କୋଟି, ୟୁରିଆ ସବସିଡି – ୧,୬୪,୦୦୦ କୋଟି, ମନରେଗା – ୮୬,୦୦୦ କୋଟି
ଆୟୁଷ୍ମାନ ଭାରତ – ୭,୫୦୦ କୋଟି, ପିଏମ୍ କୃଷି ସିଞ୍ଚନ ଯୋଜନା -୧୧,୩୯୧ କୋଟି ଟଙ୍କା ଘୋଷଣା ହୋଇଛି।