୨୦୨୩-୨୪ ବଜେଟ୍, ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା ?

ନୂଆଦିଲ୍ଲୀ,୧/୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟ ପୂର୍ବ ବଜେଟର ମୂଳଦୂଆକୁ ଭିତ୍ତି କରି ହୋଇଛି । ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇଛି । ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ? ସ୍ୱଦେଶୀ ମୋବାଇଲ, ଇଲେକ୍ଟ୍ରି ଯାନ, କ୍ୟାମେରା ଲେନ୍ସ, ଖେଳଣା, ସାଇକେଲ ଶସ୍ତା ହେବ । ସେହିପରି ସ୍ୱଦେଶୀ କିଚେନ ଚିମିନୀ, ସୁନା,ରୂପା, ପ୍ଲାଟିନମ୍, ମ୍ପୋଟେଡ୍ ଡୋର ଓ ସିଗାରେଟ ମହଙ୍ଗା ହେବ ।