ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ଆସିପାରେ କାମଚଳା ବଜେଟ!

ଭୁବନେଶ୍ୱର, ୨୮/୧: ଚଳିତବର୍ଷ ରାଜ୍ୟରେ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ଆସିପାରେ କାମଚଳା ବଜେଟ। ପଞ୍ଚାୟତ ଓ ପୌର ନିର୍ବାଚନ ଦୃଷ୍ଟିରୁ ଅନ୍ତରୀଣ ବଜେଟ ଆଣିପାରନ୍ତି ଅର୍ଥମନ୍ତ୍ରୀ। ତେଣୁ ବଜେଟକୁ ଘୁଞ୍ଚାଇ ୩ ମାସିଆ ଅନ୍ତରୀଣ ବଜେଟ ଆସିବା ସମ୍ଭାବନା ଅଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ପଞ୍ଚାୟତ ପରେ ପୌର ନିର୍ବାଚନ ଥିବାରୁ ଏଭଳି ଆଲୋଚନା ଚାଲିଛି, ତେବେ ଏନେଇ ବିଧିବଦ୍ଧ ଜଣାଯାଇନାହିଁ ବୋଲି କହିଛନ୍ତି ବାଚସ୍ପତି ।