ସଂସଦର ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ, ୨୯/୧:ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ  କରୋନା ସମୟରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। କରୋନା ବିରୋଧରେ ଦେଶ ଏକଜୁଟ୍‌ ହୋଇ ଲଢ଼ିଛି। ଯେତେ ସମସ୍ୟା ଆସିଲେ ବି ଦେଶ ଅଟକିଯିବ ନାହିଁ। କରୋନା କାଳରେ ଦେଶ ନୂଆ ସାମର୍ଥ୍ୟ ସହ ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

କରୋନା ସମୟରେ ସରକାର ପ୍ରବାସୀଙ୍କ କଥା ଚିନ୍ତା କରିଛନ୍ତି । ସଠିକ୍‌ ନିଷ୍ପତ୍ତି ଯୋଗୁଁ କରୋନା ନିୟନ୍ତ୍ରଣରେ ରହିପାରିଛି । ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି । ଲୋକଙ୍କୁ ମାଗଣା ରାସନ୍‌ ଓ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ‌ ହୋଇଥିଲା । ‘ଉଜ୍ବଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମିଳିଥିଲା । କରୋନା ଶିଖାଇଲା ଆତ୍ମନିର୍ଭର ହେବା କାହିଁକି ଜରୁରୀ । ଦେଶରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି ।
ଆମେ ଅନ୍ୟ ଦେଶକୁ ମଧ୍ୟ କରୋନା ଟିକା ଦେଇଛୁ ବୋଲି ରାଷ୍ଟ୍ରପତି କହିଛନ୍ତି।