BSKY ସ୍ମାର୍ଟ ହେଲଥ କାର୍ଡରେ ଯୋଡିହେଲା ବାଲେଶ୍ୱର

ଭୁବନେଶ୍ୱର, ୨୫/୧୧: BSKY ସ୍ମାର୍ଟ ହେଲଥ କାର୍ଡରେ ଯୋଡିହେଲା ବାଲେଶ୍ୱର । ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି।  ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ୬୦୦ ମିଶନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ୍ ହୋଇଛନ୍ତି । ଏହା ଖୁସିର କଥା । ମିଶନ ଶକ୍ତିର ମା’ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।