BSKY ସ୍ମାର୍ଟ ହେଲଥ କାର୍ଡ଼ରେ ଯୋଡି ହେଲା କନ୍ଧମାଳ

ଭୁବନେଶ୍ୱର, ୨୨/୧୧:କନ୍ଧମାଳବାସୀଙ୍କୁ Bsky ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାର ପ୍ରାୟ ୬ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ।ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କନ୍ଧମାଳର ହଳଦୀ ସାରା ବିଶ୍ୱରେ ବ୍ରାଣ୍ଡ ହୋଇପାରିଛି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ଆକର୍ଷଣର କେନ୍ଦ୍ର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।