BSKY କାର୍ଡ ବଣ୍ଟନ ସହ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ୯୮୬ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩/୧୨: ଆଜି କଟକ ସହ ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲା। ବେଗୁନିଆରେ BSKY ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଡ ଦ୍ୱାରା ଜିଲ୍ଲାର ୪ ଲକ୍ଷ ପରିବାରର ୧୬ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହାସହ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ୯୮୬ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେଠାରେ କାର୍ଡ ବଣ୍ଟନ କରିବା ସହ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଖୋର୍ଦ୍ଧାର ମିସନ ଶକ୍ତି ମାଆ ମାନେ ପରିବାର ବିକାଶର ସାରଥି ସାଜିଛନ୍ତି। ୨୬ ହଜାର SHGର ମହିଳାମାନେ ୪୩୨ କୋଟି ଟଙ୍କାର ଋଣ ନେଇଛନ୍ତି ଓ ଏହି ଋଣର ପରିମାଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଛନ୍ତି।