BSKY ରେ ସାମିଲ ହେଲା ରାଜ୍ୟର ସବୁ ଜିଲ୍ଲା

ଭୁବନେଶ୍ୱର, ୧୫/୧୨: BSKY ହେଲଥ କାର୍ଡରେ ସାମିଲ ହେଲା ସାରା ଓଡିଶା। ଏହାସହ ସ୍ବାସ୍ଥ୍ୟସେବା ଇତିହାସରେ ଓଡିଶାକୁ ମିଳିଛି ବଡ ସଫଳତା। ମାଲକାନଗିରି ରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇ  ଆଜି ଯାଜପୁରରେ ହେଲଥ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଶେଷ ହୋଇଛି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରେ ସାମିଲ ହୋଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ BSKY ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି।