BSKY ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି

ଭୁବନେଶ୍ୱର,୧୬/୦୧: ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଜାନୁଆରି ୨୬ ତାରିଖ ଯାଏ ଲୋକେ ଅନଲାଇନରେ ପଞ୍ଜିକରଣ କରିପାରିବେ । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି। ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି। ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ। ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି। ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି।