ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୨୦/୧: ରାଜ୍ୟରେ ଏବେ ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବ୍ରାଉନ୍‌ସୁଗାର ମାଫିଆ ମାତିଛନ୍ତି। ଏହାରିମଧ୍ୟରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ୨ ଜଣଙ୍କୁ ପୁଲିସ ଗିରଫ କରିବା ସହ ଏକ ବୋଲେରୋ ଜବତ କରିଛି ପୁଲିସ। ଅଭିଯୁକ୍ତମାନେ ବିହାରରୁ ବ୍ରାଉନ୍‌ସୁଗାର ନେଇ ଯାଉଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଧରାପଡ଼ିଛନ୍ତି।