ପୁଣି ବ୍ରାଉନସୁଗାର ଜବତ, ୩ ଗିରଫ

କଟକ, ୬/୧୦: ରାଜ୍ୟରେ ଚୋରି ଡକାୟତି ସାଙ୍ଗକୁ ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି କଟକରୁ ପୁଣି ୨୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ଦରଘାବଜାର ଅଞ୍ଚଳରୁ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାରର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।