ରାଜଧାନିରୁ ୨୨୫ ଗ୍ରାମ୍‌ ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୧୬/୧୧: ରାଜଧାନୀରେ ଏବେ ଦିନକୁ ଦିନ ନିଶାଦ୍ରବ୍ୟ  ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଭୁବନେଶ୍ବରରୁ ୨୨୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ପାଖାପାଖି ହେବ। ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ଜବତ ହେଲା  ଏହି ଧଳା ଜହର । ଏହି ମାମଲାରେ ଦଶପଲ୍ଲା ଅଞ୍ଚଳର ମୁନା ସେଠୀକୁ ଗିରଫ କରିଛି ପୋଲିସ । ଏହାସହ ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି।