ଜରିମାନା ଗଣିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧/୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜରିମାନା ଗଣିଛନ୍ତି । କାରରେ ଯାଉଥିବା ସମୟରେ ସିଟ୍ ବେଲ୍ଟ ବ୍ୟବହାର ନକରିଥିବାରୁ ପୁଲିସ ଏଭଳି ଜରିମାନା ଲଗାଇଥିଲା । ସୂଚନା ମୁତାବକ, ଚଳନ୍ତା କାରରେ ସେ ଏକ ଭିଡିଓ ବନାଇ ଅପଲୋଡ କରୁଥିଲେ । ହେଲେ ଏହି ସିଟ୍ ବେଲ୍ଟ ବାନ୍ଧିନଥିବା ଦେଖିବାକୁ ମିଳିଥିଲା । ନିଜର ଭୁଲକୁ ନେଇ ସେ ଗୁରୁବାର କ୍ଷମା ପ୍ରାର୍ଥନା କରିଥିଲେ । ଏହି ଭିଡିଓ ପୋଷ୍ଟ ହେବା ପରେ ପୁଲିସ ଏନେଇ ଅଭିଯୋଗ କରିଥିଲା । ଏହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଥିଲା । ଜଣେ ରାଷ୍ଟ୍ରମୁଖ୍ୟ ଭାବେ ସେ ଏଭଳି ଭୁଲ କରିଥିବାରୁ ରାଷ୍ଟ୍ରକୁ କ୍ଷମା ମାଗିଥିବା ଜଣାପଡିଛି ।