ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୮/୦୭: ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବାବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ ।ଏହି ବ୍ୟକ୍ତି ହେଉଛନ୍ତି ଗୋପୀ ହିନ୍ଦୁଜା । ହିନ୍ଦୁଜା ପରିବାରର ସମ୍ପତ୍ତି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ଠାରୁ ଅଧିକ। ଚଳିତ ବର୍ଷର ଟାଇମ୍ସ ରିଚ୍ ଲିଷ୍ଟ ଅନୁଯାୟୀ ଗୋପୀ ହିନ୍ଦୁଜା ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୩୫ ବିଲିୟନ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି। ଏହା ସମଗ୍ର ରାଜପରିବାରର ମିଳିତ ସମ୍ପତ୍ତିଠାରୁ ଅଧିକ।