ବ୍ରିଟେନ ଫେରନ୍ତାଙ୍କ ତାଲିକା ଦେଲା ବିଏମସି

ଭୁବନେଶ୍ୱର, ୩୦/୧୨: ବ୍ରିଟେନ ଫେରନ୍ତାଙ୍କ ତାଲିକା ଦେଲା ବିଏମସି। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ୮୭ ଜଣ ଭୁବନେଶ୍ବର ଫେରିଛନ୍ତି । ସେଥିରୁ ୬୨ଜଣ ଭୁବନେଶ୍ବରର କିନ୍ତୁ ଆଉ ୪ ଜଣଙ୍କୁ ଟ୍ରେସ କରାଯାଇପାରିନି । ଟ୍ରେସିଂ କରାଯାଇଥିବା ୫୮ ଜଣଙ୍କ ମଧ୍ୟରୁ ୫୦ଜଣଙ୍କ ଟେଷ୍ଟିଂ ସରିଛି । ଏହାସହ ୩ ଜଣ ପଜିଟିଭଙ୍କ ରିପୋର୍ଟ ପୁଣେ ପଠାଯାଇଛି। ନେଗେଟିଭ ରିପୋର୍ଟ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିିିଆଯାଇଛି।ନୂଆ ଷ୍ଟ୍ରେନ ନେଇ ବ୍ୟସ୍ତ ନ ହେବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି।