ବିଟ୍ରେନରେ ସରିଲା ସୁନକ ରାଜ, କେର୍ ଷ୍ଟାରମର ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୫/୦୭: ବିଟ୍ରେନରେ କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେର୍ ଷ୍ଟାରମର ହେବେ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ। ଏହାସହ ଲେବର ପାର୍ଟିର ନେତା କେୟର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ପରାଜୟ ପାଇଁ ନିଜକୁ ଦାୟୀ କଲେ ଋଷି ସୁନକ । ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି । ସରକାର ଗଠନ ପାଇଁ ମ୍ୟଜିକ ନମ୍ବର ୩୨୬ ଥିଲା । ୪୦୦ ପାର ସହ ଏହାକୁ ସହଜରେ ଅତିକ୍ରମ କରିସାରିଛି ଲେବର ପାର୍ଟି । ଲେବର ପାର୍ଟିର ନେତା କେୟର ଷ୍ଟାରମର କହିଛନ୍ତି, ମତଦାତା ମାନେ ନିଜର ନିଷ୍ପତ୍ତି ଜଣାଇଛନ୍ତି ଏବଂ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି । ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ।ଏବେ ବ୍ରିଟେନରେ ସରକାର ପରିବର୍ତ୍ତନ ପରେ, ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଭାରତର ଜ୍ୱାଇଁ ରିଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇ ଦେଶର ସମ୍ପର୍କ ମଜବୁତ ହୋଇଥିଲା।