ମହାନଦୀରେ ରାଜ୍ୟର ଦୀର୍ଘତମ T ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୧୨: ମହାନଦୀରେ ରାଜ୍ୟର ଦୀର୍ଘତମ T-ସେତୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ । ଏହି ସେତୁ ଦ୍ୱାରା ଉପକୃତ ହେବେ ୫ଲକ୍ଷ ଲୋକ।

ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଫେବ୍ରୁଆରିରେ ୩ କିମି ୧୩୯ ମିଟର ଲମ୍ବର ଏହି ସେତୁର ଶିଳାନ୍ୟାସ ହୋଇଥିଲା । ବଡ଼ମ୍ବାକୁ ବାଙ୍କୀ ସହ ଏବଂ ସିଂହ ନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ।