ସୁପରସୋନିକ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର,୨୨/୧୧: ସମୁଦ୍ର ମଧ୍ୟରେ ଆଇଏନଏସ ଇମ୍ପାଲରୁ ସୁପରସୋନିକ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ନୌସେନାର ଯୁଦ୍ଧପୋତରେ ସାମିଲ ହେବା ପୂର୍ବରୁ ଏହାର ପରୀକ୍ଷଣ ସଫଳ ହୋଇଛି । ସମୁଦ୍ର ମଧ୍ୟରେ ହିଁ ଏହି ସୁପରସୋନିକ ମିଶାଇଲ ନିଜର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହେବ । ଏଥିରୁ ଶତ୍ରୁରାଷ୍ଟ୍ର ବର୍ତିବା କଷ୍ଟକର ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଶେଷ ଆଡକୁ ଏହି ମିଶାଇଲ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ।