ବ୍ରହ୍ମୋସ ମିଜାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା

ଭୁବନେଶ୍ୱର,୬/୩: ଗତକାଲି ବ୍ରହ୍ମୋସ ମିଜାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ନୌସେନାର  ଅଧିକାରୀଙ୍କ ମତରେ ଆରବ ସାଗରରେ ପରୀକ୍ଷଣ ହୋଇଥିବା ମିଜାଇଲ୍ ସଠିକ୍ ଭାବରେ ଟାର୍ଗେଟକୁ ହିଟ୍ କରିଛି । ତେବେ ସବୁଠୁ ବଡ କଥା ହେଉଛି ଏହି ମିଜାଇଲରେ ସ୍ୱଦେଶୀ ଜ୍ଞାନ କୌଶଳ ଲଗାଇବା ଦିଗରେ ବ୍ରହ୍ମୋସ ଏରୋସ୍ପେସ୍ ଲଗାତାର କାମ କରୁଛି । ଦୁଇଟି ନଦୀର ନାଁକୁ ଯୋଡି ମିଜାଇଲର ନାଁ ବ୍ରହ୍ମୋସ ରଖାଯାଇଛି । ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କୋବା ନଦୀକୁ ଯୋଡି ଏହି ମିଜାଇଲର ନାଁ ବ୍ରହ୍ମୋସ ରଖାଯାଇଛି । ଏହି ମିଜାଇଲ୍ ଡିଆରଡିଓ ଏବଂ ଋଷ ସଂଘ ଏନପିଓ ଉଦ୍ୟମରେ ଏହି ମିସାଇଲକୁ ବିକସିତ କରାଯାଇଛି । ଏହା ଏକ ସୁପର ସୋନିକ୍ କ୍ରୁଜ୍ ମିସାଇଲ୍ ଅଟେ । ଯାହାକୁ ପଣ୍ଡୁବୀ, ଜାହାଜ, ଉଡା ଜାହାଜ, ଜେଟ୍ ଏବଂ ସ୍ଥଳଭାଗରୁ ବି ଲଞ୍ଚ କରାଯାଇପାରିବ ।