ବିପୁଳ ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ, ୧୬/୧: ରାଜ୍ୟରେ ଏବେ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି । ପୁରୀ ସମୁଦ୍ରକୂଳ ଥାନା ଦିଗବାରେଣି ଛକରୁ ୫୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ। ଧଳା ଜହର ବେପାର କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କଠାରୁ ୨ଟି ମୋବାଇଲ, ୨ଟି ବାଇକ୍ ଏବଂ ନଗଦ ୩୫୦ଟଙ୍କା ଜବତ କରିିଛି ପୋଲିସ । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ସମୁଦ୍ରକୂଳ ଥାନା ପୋଲିସ ।