ବ୍ରାଉନସୁଗାର ଜବତ, କମିସନରେଟ ପୋଲିସ କବଜାରେ ବେପାରୀ

ଭୁବନେଶ୍ୱର, ୨୫/୧୦: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କମିସନରେଟ ପୋଲିସ କବଜାରେ ପଡିଛି ବ୍ରାଉନସୁଗାର ବେପାରୀ । ଆନନ୍ଦ କୁମାର ନାମକ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ହାଇଟେକ ଛକରେ ଡିଲ ବେଳେ ଏୟାର ଫିଲଡ଼ ଥାନା ପୋଲିସ ଧରିଛି।ଏହାସହ ତା ଠାରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ଏହାସହ  ଗୋଟିଏ ମୋବାଇଲ ସହ ୭୬୧୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।