ଚାହା ଦୋକାନରୁ ବ୍ରାଉନସୁଗାର ଜବତ

କଟକ, ୧୬/୩: କଟକ ସ୍ଥିତ ଜଗତପୁରର ଏକ ଚା ଦୋକାନରୁ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୋକାନୀ ସମେତ ୨ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଯୋଗ୍ୟ ଯେ ସେହି ଚାହା ଦୋକାନରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ  ହୋଇଛି। ଦୋକାନ ରୁ ଜବତ କରାଯାଇଥିବା ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି।ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି ।