ହୋଟେଲରୁ ବ୍ରାଉନସୁଗର ଜବତ

ଭୁବନେଶ୍ୱର, ୨୧/୨: ଆଠଗଡ଼ ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲା ଠାରେ ଥିବା ଏକ ହୋଟେଲରୁ ବ୍ରାଉନସୁଗର ଜବତ ହୋଇଛି। ସେହି ହୋଟେଲ ରେ କ୍ରାଇମ୍‌ବ୍ରାଞ୍ଚ STF ଚଢ଼ଉ କରି ଜବତ କରିଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର। ବ୍ରାଉନ ସୁଗାର ଜବତ କରିବା ପରେ ହୋଟେଲ ମାଲିକଙ୍କ ସହ ଜଣେ କର୍ମଚାରୀକୁ ଗିରଫ କରାଯାଇଛି। ଜବତ କରାଯାଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ସୂଚନା ମିଲିଛି।