ବ୍ରଜରାଜନଗର ଉପନିର୍ବାଚନ: ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୮/୫:ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା  ବିଜେପି ପ୍ରାର୍ଥୀ ହୋଇଛନ୍ତିି। ୨୦୧୪ରୁ ୨୦୧୯ ଯାଏ ବ୍ରଜରାଜନଗରରୁ ବିଧାୟିକା ଥିଲେ ରାଧାରାଣୀ।

ସୂଚନାଯୋଗ୍ୟ ଯେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୧ ମେ’ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୧୨ ମେ’ରେ ପ୍ରାର୍ଥୀପତ୍ର ଯାଂଚ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ ୩୧ରେ ଭୋଟ ଗ୍ରହଣ କରାଯିବ । ଜୁନ ୩ରେ ଫଳ ପ୍ରକାଶ ପାଇବ।