ବଦଳି ହେଲେ ବ୍ରଜରାଜନଗର ଏସଡିପିଓ ଓ ଏସପି

ଭୁବନେଶ୍ୱର,୩୧/୧: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ବର୍ତ୍ତମାନ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ନୂଆ ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି । ଅନ୍ୟପଟେ ଝାରସୁଗୁଡା ଏସପିଙ୍କୁ ରାହୁଲ ଜୈନଙ୍କର ମଧ୍ୟ ବଦଳି କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ମନ୍ତ୍ରୀ ନବ ଦାସ ଦେହରେ ଗୁଳି ବାଜିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।