ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ ଓ ଜଳକା ନଦୀ

ଭୁବନେଶ୍ୱର, ୧୫/୯: ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ଯୋଗୁ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଗତକାଲି ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲାଯାଇଥିଲା। ଏହାରିମଧ୍ୟରେ ଆଜି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ ଓ ଜଳକା ନଦୀ। ବ୍ରାହ୍ମଣୀରେ ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜେନାପୁରରେ ବ୍ରାହ୍ମଣୀ ବିପଦ ସଙ୍କେତ ୬୭ ଫୁଟ ଥିବା ବେଳେ ଜଳସ୍ତର ୬୭.୮୦ ଫୁଟ ରହିଛି।ମଥାନୀରେ ଜଳକାର ବିପଦ ସଙ୍କେତ ୫.୫ ମି. ଥିବା ବେଳେ ଜଳସ୍ତର ୬.୫୧ ମି. ରହିଛି।