ଏଣିକି ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୬/୭: ଦେଶ ହେଉ କିମ୍ବା ରାଜ୍ୟ ଏବେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କରୋନାର ବୁଷ୍ଟର ଡୋଜ ନେବା ପାଇଁ ଥିବା ଅବଧି ହ୍ରାସ କରାଯାଇଛି। ଏଣିକି ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ବି ବ୍ୟକ୍ତି ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

୧୮ ରୁ ୫୯ ବର୍ଷର ନାଗରିକମାନେ କୌଣସି ଘରୋଇ ଚିକିତ୍ସା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ନେଇପାରିବେ । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କମାନେ, ସ୍ୱାସ୍ଥ୍ୟକର୍ମୀମାନେ ଓ କରୋନା ଯୋଦ୍ଧାମାନେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ବୁଷ୍ଟର ଡୋଜ ମାଗଣାରେ ନେଇପାରିବେ ବୋଲି କୁହାଯାଇଛି ।