ବୁଷ୍ଟର ଡୋଜ ନେବା ପାଇଁ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର,୧୯/୪: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ବୁଷ୍ଟର ଡୋଜ ନେବା ପାଇଁ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।ବୁଷ୍ଟର ଡୋଜ ପ୍ରତି ଲୋକଙ୍କର ଆଗ୍ରହ କମୁଛି। ସଂକ୍ରମଣ କମିଥିବାରୁ ଲୋକ ଢିଲା ଦେଉଛନ୍ତି।ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭% ବୁଷ୍ଟର ଡୋଜ ନେଇଛନ୍ତି ।୧୦ ଲକ୍ଷ ୧୯ ହଜାର ୮୮୧ ଜଣ ପ୍ରିକସନ ଡୋଜ ନେଇ ଥିବା ବେଳେ ୬ହଜାର ୭୨୭ ଜଣ ୧୮ ବର୍ଷରୁ ଅଧିକ ପିଲା ପ୍ରାଇଭେଟରେ ଟିକା ନେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ କୋଟି ୪୮ ଲକ୍ଷ ୭୫୨ ଜଣଙ୍କୁ ଟିକା ଦିଆ ସରିଛି ।