ସରକାରୀ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା

ନୂଆଦିଲ୍ଲୀ, ୨୧ା୧୦: କେନ୍ଦ୍ରୀୟ ସରକାର କର୍ମଚାରୀଙ୍କ ପାଇଁ ଆଜି ବୋନସ ଘୋଷଣା କରାଯାଇଛି । ୨୦୧୯-୨୦ର ବୋନସ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏହିପରି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି । ଭଡେକର କହିଛନ୍ତି ଯେ ସିଧାସଳଖ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ ।ପ୍ରଦର୍ଶନ ଓ ଅଣପ୍ରଦର୍ଶନ ଆଧାରରେ ଏହି ବୋନସ ଅର୍ଥ ମିଳିବ । ଗୋଟିଏ କିସ୍ତିରେ ବିଜୟା ଦଶମୀ ପୂର୍ବରୁ ବୋନସ ଟଙ୍କା ମିଳିବ । ଏଥିରେ ୩୦ଲକ୍ଷରୁ ଅଧିକ ଅଣଗେଜେଟେଡ଼ କର୍ମଚାରୀ ଉପକୃତ ହେବେ । ବୋନସ ବାବଦରେ ସରକାର ୩,୭୩୭କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି ।