ରାଜ୍ୟର ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ

ଭୁବନେଶ୍ୱର,୦୯/୧୦: ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର। ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବୋନ ବ୍ୟାଙ୍କ ଉଦଘାଟନ କରିଛନ୍ତି। ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅସ୍ଥି ରୋଗ ଚିକିତ୍ସା ଦିଗରେ ଆହୁରି ଉନ୍ନତି ଘଟିବ।ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତଦେହଠାରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଚ୍ଛିତ ରଖାଯାଇ ପାରିବ । ଏହାପରେ ଏହି ଅସ୍ଥିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ। ଫଳରେ ଏଣିକି ରକ୍ତ ଭଳି ହାଡ଼ ମଧ୍ୟ ମିଳିପାରିବ । ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *