ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୨୦ରୁ ଅଧିକ ମୃତ, ୫୦ଗୁରୁତର

ଭୁବନେଶ୍ୱର,୩୦/୦୭: ପାକିସ୍ତାନର ପଖ୍ତୁନଖୱା ବାଜୌର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ୫୦ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଏଠାରେ ଓଲେମା ଜମିୟତ ଇସଲାମ-ଫଜଲ ସଂଗଠନର ଏକ ସମ୍ମିଳନୀ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସ୍ଥଳରୁ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଆନନଫାନନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁମାନ କରାଯାଉଛି କି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ।