ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତ

ନୂଆଦିଲ୍ଲୀ, ୪/୩: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। ମସଜିଦର ମୁଖ୍ୟ ପ୍ରାର୍ଥନା ସ୍ଥଳରେ ବିସ୍ଫୋରଣ ଘଟିଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।