କାବୁଲ ବିମାନବନ୍ଦର ନିକଟରେ ପୁଣି ବିସ୍ଫୋରଣ

ନୂଆଦିଲ୍ଲୀ, ୨୯/୮: ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ପୁଣି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୨ ମୃତ, ୩ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଗତ ୪ ଦିନରେ କାବୁଲରେ ଏହା ତୃତୀୟ ଆତଙ୍କବାଦୀ ବିସ୍ଫୋରଣ । ବିସ୍ଫୋରଣ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା ଆମେରିକା। ସୂଚନା ଯୋଗ୍ୟ ଯେ ବିମାନବନ୍ଦର ବାହାରେ ୨ଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୧୬୯ ଆଫଗାନୀ ଓ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ।