ଆଫଗାନିସ୍ତାନରେ ୩ଟି ସ୍ଥାନରେ ବୋମା ବିସ୍ଫୋରଣ

କାବୁଲ,୨୧/୪ : ତାଲିବାନ ଶାସନାଧିନ ଦେଶ ଆଫଗାନିସ୍ତାନରେ ପୁଣି ଅଶାନ୍ତି । ଆଜି ଏଠାକାର ୩ଟି ଅଲଗା ଅଲଗା ଜାଗାରେ ବୋମା ବିସ୍ଫୋରଣ ହୋଇଛି । ଆଫଗାନିସ୍ତାନ ମଜାର ଏ ଶରିଫ୍‌ ସହର ସ୍ଥିତ ଶିୟା ମସଜିଦରେ ଗୁରୁବାର ଦ୍ୱପ୍ରହରରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଗଣମାଧ୍ୟମ ଖବର ଅନୁସାରେ ଘଟଣା ସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବାଦ୍‌ ୬୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆଫଗାନିସ୍ତାନର ପ୍ରଥମ ବିସ୍ଫୋରଣ କାବୁଲ ସହରରେ ହୋଇଥିଲା । ଯାହା ଅଧିକ ଶକ୍ତିଶାଳୀ ଥିଲା ।

୨ୟ ବିସ୍ଫୋରଣଟି ଉତ୍ତର ଆଫଗାନିସ୍ତାନରେ ଥିବା ଐତିହାସିକ ସହର ମଜାର-ଏ-ସରିପରେ ହୋଇଥିଲା । ଏହି ବିସ୍ଫୋରଣ ମସଯିଦ ଉପରେ କରାଯାଇଥିଲା । ଏଥିରେ ୪୦ ଜଣ ଆହାତ ହେବା ସହ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ସମୟରେ ଚାଲିଥିଲା ରମଜାନ ମାସ ଯେଉଁଥି ପାଇଁ ଭିଡ ରହିଥିଲା । ଏଣୁ ସିହା ସଂପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ବେସରକାରୀ ସୁତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ୨୫ ବୋଲି ଜଣାପଡ଼ିଛି । ତାଲିବାନ ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ।୩ୟ ବିସ୍ଫୋରଣଟି କୁନ୍ଦୁଜ ଅଞ୍ଚଳର କୁନ୍ଦୁଜ୍ ସହରରେ ହୋଇଛି। ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି ସେ ସଂପର୍କରେ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।