ବାଣ କାରଖାନାରେ ବିସ୍ଫୋରଣ ଘଟି ଜୀବନ୍ତ ଜଳିଗଲେ ୭ ଜଣ

ନୂଆଦିଲ୍ଲୀ, ୨୨/୨: ବାଣ କାରଖାନାରେ ବିସ୍ଫୋରଣ ଘଟି ଜୀବନ୍ତ ଜଳିଗଲେ ୭ ଜଣ । ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।