ତାଜମହଲରେ ବୋମା ଗୁଜବ

ନୂଆଦିଲ୍ଲୀ, ୪ା୩: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆଗ୍ରାରେ ଥିବା ଜାଜମହଲରେ କିଏ ବୋମା ରଖିଥିବା ନେଇ ପୋଲିସ ଆଇଜିଙ୍କୁ ଫୋନ କଲ ଆସିଥିଲା । ଯାହାଫଳରେ ସେଠାରେ ଥିବା ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିଲା । ଫୋନକଲରେ ବୋମା ଶୀଘ୍ର ବିସ୍ଫୋରଣ ହେବ ବୋଲ ଧମକ ଦିଆଯାଇଥିଲା । ଯାହାଫଳରେ ଏସପି ଶିବ ରାମ ଯାଦବ ଚାରିପାଖରେ ସୁରକ୍ଷାକୁ ଯାଞ୍ଚ କରଥିଲେ । ଏହି ଘଟଣା ଗୁଜବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଫୋନକଲ୍ ଟି ଉତ୍ତରପ୍ରଦେଶର ଫିରୋଜାବାଦରୁ ଆସିଥିବା ଜଣାପଡ଼ିଛି । କିନ୍ତୁ ଫୋନ କରିଥିବା ବ୍ୟକ୍ତି ଜରଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ । ବୋମା ଥିବା ଘଟଣା ପରେ ସେଠାରେ ଜୋର ସୋରରେ ତଲାସ ଚାଲିଛି କିନ୍ତୁ ଏଯାଏଁ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ କରାଯାଇ ପାରିନାହିଁ ।