ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ଭୁବନେଶ୍ୱର,୨୯/୦୭: ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ।

ଏହି ବିସ୍ଫୋରଣ ଏବେ ଭୟଙ୍କର ଥିଲା କି ବାଣ କାରଖାନା ନିକଟରେ ଥିବା ଏକ ହୋଟେଲ ଘର ଭାଙ୍ଗିଯାଇଛି । ଏହାସହ ପାଖରେ ଥିବା ଅନ୍ୟ ୪ଟି କୋଠାର ଆଶିଂକ କ୍ଷତି ହୋଇଛି ।  ମୃତକଙ୍କ ବ୍ୟତୀତ ୧୨ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।