ହୃଦଘାତର ଶିକାର ହେଲେ ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ

ନୂଆଦିଲ୍ଲୀ,୧୫/୧୨: ବଲିଉଡ଼ ଲୋକପ୍ରିୟ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ସୁଟିଂ ସେଟରୁ ଘରକୁ ଫେରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରେୟସ । ପରେ ତାଙ୍କୁ ମୁମ୍ବାଇ ବେଲେଭ୍ୟୁ ହସ୍ପିଟାଲରେ ଭର୍ତି କରାଯାଇଛି ।ତେବେ ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶ୍ରେୟସଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ଆଞ୍ଜିଓପ୍ଲାଷ୍ଟ୍ରି କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବହୁ ହିନ୍ଦି ଚଳଚ୍ଚିତ୍ର ସହିତ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ଶ୍ରେୟସ ତଲପଡେ ।