ଚଳିତବର୍ଷ ମଧ୍ୟ ହେବ ନାହିଁ ବୋଲବମ୍

ଭୁବନେଶ୍ୱର, ୧୩/୭: ଦେଶରେ ଓ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ପୁଣି ଆଗକୁ କରୋନାର ତୃତୀୟ ଲହର ଆସିବାର ଆଶାଙ୍କା ରହିଛି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ବର୍ଷ ମଧ୍ୟ ହେବ ନାହିଁ ବୋଲବମ୍‌। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଲବମ୍‌ ଉପରେ  କଟକଣା ଲାଗୁ କରାଯାଇଛି। SRC ପ୍ରଦୀପ ଜେନା ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୌଣସି ଜଳାଶୟରୁ ପାଣି ଉଠାଇ ଆଣିପାରିବେ ନାହିଁ କି କୌଣସି ଶୈବପୀଠରେ ଜଳଲାଗି କରିପାରିବେ ନାହିଁ କାଉଡ଼ିଆ।