ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟି ଜଣେ ମୃତ

ଭୁବନେଶ୍ୱର,୨୫/୫: ମାଛ ଧରିବାକୁ ଯାଇଥିବା ବେଳେ ଅଘଟଣ । ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟିଯାଇଛି । ଏହାପରେ ଜଣେ ନିଖୋଜ ହୋଇଥିବା ସୂଚନା ରହିଥିଲା । କିନ୍ତୁ ଏବେ ସେହି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ୨ ଜଣ ଉଦ୍ଧାର ହୋଇଛନ୍ତି । ମାଛ ମାରିବାକୁ ଏହି ତିନି ଜଣ ଡ୍ୟାମ ଭିତରକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ତିନିଜଣ ପାଣିରେ ବୁଡିଯାଇଥିଲେ । ହେଲେ ୨ଜଣ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜ ଥିଲେ । ନିଖୋଜ ଖବର ପାଇ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମବାସୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜଣକ ହେଉଛନ୍ତି କୃପା ବେନିଆ ।