ମହାନଦୀରେ ଅଘଟଣ: ଡଙ୍ଗା ବୁଡି ଜଣେ ମୃତ, ୭ନିଖୋଜ

ଭୁବନେଶ୍ୱର,୧୯/୦୪: ମହାନଦୀରେ ଅଘଟଣ।  ବୁଡିଲା ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାଟି।ଲଖନପୁର ଶରଧାରୁ ବାଞ୍ଜିପାଲିକୁ ଯାଉଥିଲା । ଡଙ୍ଗାରେ ୫୦ ଜଣ ଯାତ୍ରୀ ଥିଲେ । ଡଙ୍ଗା ବୁଡିବା ପରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୪୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେଣି ମତ୍ସ୍ୟଜୀବୀ । ଡଙ୍ଗା ବୁଡିବାରୁ ଜଣେ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଡଙ୍ଗାରେ ଅନେକ ମହିଳା ଓ ଶିଶୁଥିବା ସୂଚନା ରହିଛି।