ଖଣ୍ଡଗିରି ମେଳା ପାଇଁ ବିଏମସି ଜାରି କଲା ଏସଓପି

ଭୁବନେଶ୍ବର,୨୧/୧: ଚଳିତ ମାସ ୨୮ ତାରିଖ ଠାରୁ  ପ୍ରସିଦ୍ଧ ଖଣ୍ଡଗିରି ମେଳାର ଆୟୋଜନ ହେବ।  ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଏହି ଏସଓପି ଜାରି କରାଯାଇଛି। ତେବେ କୋଭିଡକୁ ଆଖି ଆଗରେ ରଖି ସମସ୍ତେ ଏହି ଏସଓପି ପାଳନ କରିବାକୁ ବିଏମସି ତରଫରୁ କୁହାଯାଇଛି । ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ। ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ ।