କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ କଟକଣା ଜାରି

ଭୁବନେଶ୍ୱର,୧୫/୧୧: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଆସନ୍ତା ୧୯ ତାରିଖ ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ତଥା ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ଏହାସହ ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁମଧ୍ୟ ନିଷେଧ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବିଏମସି ଅଧୀନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଜାରି କରାଯାଇଥିବା ସୂଚନା ମିଳିଛି ।